ଆହୁରି ପଢନ୍ତୁ ଓଡିଶା ଖବର...
ପୁରୀ: ରତ୍ନଭଣ୍ଡାର ଯାଞ୍ଚ ପାଇଁ ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ । ଆସନ୍ତା 18 ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ହେବ । ASI ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ରତ୍ନଭଣ୍ଡାର ଯାଞ୍ଚ କରାଯିବ । ଏଥିପାଇଁ ଦିନ ଗୋଟାଏ ରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଯାଞ୍ଚ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ଦ୍ବିତୀୟ ଭୋଗ ମଣ୍ଡପ ପରଠାରୁ ଦର୍ଶନ ବନ୍ଦ ରହିବ । ସେହି ଦିନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...
ବ୍ରହ୍ମପୁର: ବେଆଇନ ଗୁଟଖା କାରଖାନା ଉପରେ ଚଢ଼ାଉ। ଲକ୍ଷାଧିକ ଟଙ୍କାର ମେସିନ ଗୁଟଖା ଜବତ । ଗଂଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଉଁଶିଆପାଲ୍ଲୀରେ ଥିବା ନୀଳଚକ୍ର ପ୍ରଡକ୍ସନରେ ଦୀର୍ଘ ବର୍ଷ ହେବ ବେଆଇନ ନକଲି ଗୁଟଖା ତିଆରି ହୋଇଆସୁଥିଲା I
ପୋଲିସ କୌଣସି ସୂତ୍ରରୁ ଖବର ପାଇଁ ଆଜି ଭୋର ସକାଳୁ ବେଆଇନ ଗୁଟଖା କାରଖାନା ଉପରେ ଅତର୍କିତ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମେସିନ ଏବଂ ଗୁଟଖା ଜବତ କରିଛି I କାରଖାନାରେ ୨୫-୩୦ ବିଦେଶୀ କର୍ମଚାରୀ କାମ କରୁଥିବା ବେଳେ ଅପମିଶ୍ରିତ ହେଉଥିବା କେମିକାଲ ସାଙ୍ଗକୁ ବିଭିନ୍ନ ସାମଗ୍ରୀ ଜବତ କରଯାଇଛି I ଦିନକୁ ପାଖାପାଖି ୬୦-୭୦ ବସ୍ତା ଗୁଟଖା ତିଆରି ହୋଉଥିବା ବେଳେ ଏସବୁ ନକଲି ସାମଗ୍ରୀ କେଉଁ ଅଞ୍ଚଳକୁ ସ୍ଥାନାନ୍ତର ହେଉଥିଲା ସେ ନେଇ ଅଧିକ ଖୋଳତାଡ଼ ଜାରିରହିଛି I
ଅଧିକ ପଢନ୍ତୁ ଓଡ଼ିଶା ଖବର
ବାଲେଶ୍ୱର: ବନ ବିଭାଗ କର୍ମଚାରୀଙ୍କୁ ଗିରଫ କଲା ବନ ବିଭାଗ। ହାତୀ ମୃତ୍ୟୁ ଘଟଣା ରେ ସୋର ରେଞ୍ଜ ଔପଦା ବେତେଇ ଫରେଷ୍ଟ ଗାର୍ଡ ପଦ୍ମଲୋଚନ ପାତ୍ର ସହ ୪ ସବୁଜ ବାହିନୀ କର୍ମଚାରୀ ଗିରଫ। ମିଛରେ ଗିରଫ କରାଯାଇଥିବା ଅଭିଯୋଗ ରେ ନେଇ ନୀଳଗିରି କୁଳଡିହା ରେଞ୍ଜ ଅଫିସ ଘେରାଉ କଲେ ଗିରଫ ହୋଇଥିବା ପରିବାର ଲୋକେ। ଘଟଣା ସ୍ଥଳରେ ନୀଳଗିରି ପୋଲିସ ର ବୁଝାସୁଝା।
ଗତ ଜୁଲାଇ ମାସରେ କୁଳଡିହା ଅଭୟାରଣ୍ୟ ର ହାତୀ ମୃତ୍ୟୁ ହୋଇଥିବା ବେଳେ ଘଟଣାକୁ ବାଲେଶ୍ଵର ବନ ଚାପିବା ପାଇଁ ଉଦ୍ୟମ କରିଥିଲା। ସୋର ବନାଞ୍ଚଳ ବେତେଇ ବିଟ ଅଧୀନ ଜଙ୍ଗଲରେ ଚଳିତବର୍ଷ ମେ ମାସରେ ଏକ ହାତୀର ମୃତଦେହକୁ ଲୁଚାଇବା ଅଭିଯୋଗରେ ସେତେବେଳର ବେତେଇ ବିଟର ଫୋରେଷ୍ଟ ଗାର୍ଡ ପଦ୍ମଲୋଚନ ପାତ୍ର ସହ 4ସବୁଜବାହିନୀ କର୍ମଚାରୀ ଗିରଫ ହୋଇ କୋର୍ଟ ଚାଲାଣ ବେଳେ କୁଳଡିହା ଅଫିସ ଆଗରେ ପରିବାର ପକ୍ଷରୁ କୋର୍ଟ ଚାଲାଣ ବେଳର ବନବିଭାଗ ଗାଡି ସହ ଫାଟକ ଆଗରେ ଧାରଣା ସହ ଉତେଜନା ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର